ନମସ୍ତେ ମା ଲାଞ୍ଚଶ୍ଵରୀ ଘେନ ମୋ ପ୍ରଣାମ
କରୁଣା ତୁମ ବଖାଣୁ ଅଛି ଆଜି ଏ ଅଧମ
ଦୋଷତ୍ରୁଟି ଥିଲେ ମାର୍ଜନା ତୁମେ ମା କରିବ
ତୁମ ପ୍ରକୋପରୁ ଅଧମକୁ ସଦା ଦୂରେ ରଖିବ
ତୁମ ନାମ କି ଭଜିବି ମଥା ଯାଏ ଘୁରି
କେ କହେ ତୁମକୁ ଉପୁରି ପୁଣି କାହାର ମଜୁରୀ
କାହା ପାଇଁ ପାରିଶ୍ରମିକ କେବେ ଅଧିକାର
କେ ରୂପେ ପୂଜିବ ତୁମକୁ ଏ ଛାର ନର
ବହୁରୁପା ନାମ ତୁମ ଅଟେ ସଦା ବନ୍ଦନୀୟା
କେବେ ତୁମେ ସ୍ଵର୍ନଦେବୀ କେବେ ରୁପୟା
ଶୋଭାପାଅ ମା ଯାନ ପୁଣି ପ୍ରାସାଦ ରୂପେ
ସେ ଅଟେ ପ୍ରତାପୀ ଯେ ଜିଣେ ତୁମେ ତପେ
ଗରିବ ଭାଗ୍ୟେ ନ ଥାଏ ଏ ରୂପ ଦରଶନ
ସେଠି ତୁମେ ଚା କପ୍ ଅଟ ସାଧାପାନ
କାହାଘରେ ମୀନଦେବୀ, କୁକୁଡାର ଝୋଳ
କେବେ ବାଡି କଖାରୁ ଅବା ଦ୍ରାକ୍ଷା,ଖଜୁର
ପରାକାଷ୍ତା ମା ଗୋ ତୁମ ସଭିଏଁ ଜାଣନ୍ତି
ପିଅନଠୁ ଅଫିସର୍ ଯାଏଁ ପ୍ରତ୍ୟେକ ପୂଜନ୍ତି
ସରକାରି କାର୍ଯ୍ୟାଳୟେ ସଦା ପାଅ ଆଦର
ଥାନ, କଚେରୀ, ପାର୍ଲିଆମେଣ୍ଟେ ସ୍ଵତନ୍ତ୍ର ସତ୍କାର
ତୁମ ଦୟା ବିନା ମା ବ୍ୟାଙ୍କ୍ ଲୋନ୍ ଦିଏନି
ରାସ୍ତା ପୋଲ ଟେଣ୍ଡର କିଛି ପାଶ୍ ହୁଏନି
ଜାମିନ୍, ଜମିକିଣା ସପନ ତୁମ କୃପା ବିନା
ଏ ତୁଛ କି ଭାବେ ଗାଇବ ତୁମ ବନ୍ଦନା
ଏତିକି ମାଗୁଣି ମା ଆଜି ତୁମରି ଦୁଆରେ
କେବେ ନଦିଅ ଦରଶନ ମୋ ସଂସାରେ
ପାଷାଣ ମୁଁ ଜାଣିନାହିଁ ତୁମ ପୁଜାର୍ଚନା
ନ ପଡୁ କେବେ ତୁମ ଛାୟା ଏତିକି ପ୍ରାର୍ଥନା
No comments:
Post a Comment